PRGI REGD NO : ORORI/25/A1991

Advertisement

ରେକର୍ଡ କଲା ୧,୧୭୪ କିଲୋଗ୍ରାମର ‘ପଖାଳ’ ପରିବେଷଣ ।

ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ । ପଖାଳ କେବଳ ଖାଦ୍ୟ ନୁହେଁ ପ୍ରତିଟି ଓଡ଼ିଆଙ୍କ ଆବେଗ । ପିଲାଠୁ ବୃଦ୍ଧ ସଭିଏଁ ପଖାଳ ଖାଇ ପାଳୁଛନ୍ତି ପଖାଳ ଦିବସ । ଏପଟେ ‘ପଖାଳ’ର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥ ନିବାସରେ ଏନେଇ ସ୍ୱତନ୍ତ୍ର ଵ୍ୟଵସ୍ଥା କରାଯାଇଛି । ରୋଷେଇ ଘରୁ ପ୍ରତିଟି ପ୍ଲେଟରେ ପଖାଳ ପରସିବା ପାଇଁ ‘ବିଲରୁ ବେଲା’ ଥିମରେ ବିଶ୍ୱ ଦରବାରରେ ପଖାଳକୁ ପହଞ୍ଚାଇବା ପାଇଁ ଏହି ଵ୍ୟଵସ୍ଥା କରାଯାଇଛି । ଏପଟେ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ବଡ଼ ସଫଳତା । ରେକର୍ଡ କଲା ୧,୧୭୪ କିଲୋଗ୍ରାମର ‘ପଖାଳ’ ପରିବେଷଣ । ‘ପଖାଳ’ ପରିବେଷଣ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ । ଏହି ଅବସରରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଗିନିଜ ବୁକ୍ ଅଫ୍ ୱାର୍ଲଡ’ ରେକର୍ଡରେ ସ୍ଥାନ ପାଇବୁ । ଏହା ମୋର ବିଶ୍ୱାସ ଅଛି ।’ ପଖାଳ କେବଳ ଆହାର ନୁହେଁ ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପଖାଳ ପ୍ରେମରେ ସାରା ପୃଥିବୀ, ଆମ ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଁଚୁଛି । ପଖାଳ ଦିବସ ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଆମ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Happy Living Odisha

Leave a Reply

Your email address will not be published. Required fields are marked *