PRGI REGD NO : ORORI/25/A1991

Advertisement

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରି ଘରେ ଘରେ ଜଳିଲା ‘ଆଶୀର୍ବାଦର ଦୀପ’

_ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରି ଘରେ ଘରେ ଜଳିଲା ‘ଆଶୀର୍ବାଦର ଦୀପ’_

 *ପୁରୀ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ‘ଆଶୀର୍ବାଦର ଦୀପ’ର ଦୀପ ଜଳାଇଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ*

 ଭୁବନେଶ୍ୱର ଶ୍ରୀରାମ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିର, ଦେବାଳୟ, ପ୍ରମୁଖ ଅନୁଷ୍ଠାନ ଓ ସ୍ଥାନଗୁଡ଼ିକରେ ଜଳିଲା ‘ଆଶୀର୍ବାଦର ଦୀପ’

ଭୂବନେଶ୍ୱର, ତା.୧୭/୦୯: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଶାସନକାଳରେ ଦେଶରେ ବୈପ୍ଲବିକ ପରିବର୍ତନ ଘଟିଛି । ଦେଶ ଆଜି ପ୍ରଗତି ପଥରେ ଆଗେଇ ଚାଲିଛି । ମୋଦିଜୀ ନିରନ୍ତର ଭାବେ ଗତ ୫୦ବର୍ଷର ସାଧାରଣ ଜୀବନ ଏବଂ ୨୫ ବର୍ଷ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ଯେଉଁ ଭଳି ସୁଶାସନ ଦେଇଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ମୋଦିଜୀ ନିଷ୍ଠାର ସହ ଜନ ସେବା କରି ଦେଶର କେବଳ ଅର୍ଥନୈତିକ ଶକ୍ତି ବୃଦ୍ଧି କରିନାହାନ୍ତି, ସାରା ବିଶ୍ୱରେ ଭାରତର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମହିଳା, କୃଷକଠାରୁ ଆରମ୍ଭ କରି ଆଦିବାସୀଙ୍କ ପର୍ଯ୍ୟନ୍ତ ସବୁ ବର୍ଗକୁ ସୂଚାରୁରୂପେ ମୌଳିକ ସୁବିଧା ଉପଲବ୍ଧ କରାଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ଶିଳ୍ପ କ୍ଷେତ୍ରରେ ଆଜି ଦୃତ ପ୍ରଗତି ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମଦିନ ଅବସରରେ ପୁରୀ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ଆଶୀର୍ବାଦର ଦୀପ ପ୍ରଜ୍ଜ୍ୱଳନ କରିବା ଅବସରରେ କହିଛନ୍ତି । ଏହି ଅବସରରେ ମାନ୍ୟବର ସାଂସଦ ଡା.ସମ୍ବିତ ପାତ୍ର, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ଜିଲ୍ଲା ସଭାପତି ଡା.ଦେବେନ୍ଦ୍ରନାଥ ତରାଇଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ଉପସ୍ଥିତ ରହି ‘ଆଶୀର୍ବାଦର ଦୀପ’ ଜାଳିଥିଲେ ।
ସେହିପରି ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ମାନ୍ୟବର ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ସମେତ ଅନେକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରି ‘ଆଶୀର୍ବାଦର ଦୀପ’ ଜଳାଇଥିଲେ ।
ରାଜ୍ୟର ବିଭିନ୍ନ ମନ୍ଦିର ସମେତ ପ୍ରମୁଖ ଅନୁଷ୍ଠାନ ଓ ସ୍ଥାନଗୁଡ଼ିକରେ ଦୀପ ଜାଳି ତାଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଛି । ଦଳର ରାଜ୍ୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ସହ ସାଧାରଣ ଜନତା ଆଜି ନିଜ ନିଜ ଘରେ ମୋଦିଜୀଙ୍କ ପାଇଁ ଦୀପ ଜାଳି ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

 

Happy Living Odisha

Leave a Reply

Your email address will not be published. Required fields are marked *