ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା
ଭୁବନେଶ୍ବର : ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ଦିବ୍ୟ ବାର୍ତ୍ତା ନେଇ ଦେଶବ୍ୟାପୀ ପରିକ୍ରମା କରୁଥିବା ‘ଶ୍ରୀ ସତ୍ୟସାଇ ପ୍ରେମ ପ୍ରଭାହିନୀ ରଥ’ ଭୁବନେଶ୍ୱର ସାଇ ଜିଲାରେ ପହଞ୍ଚିଛି। ଦିବ୍ୟ ପ୍ରେମର ପ୍ରତୀକ ଏହି ରଥକୁ ନେଇ ସାଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଆଧ୍ୟାତ୍ମିକ ଭାବାବେଗ ପ୍ରକାଶ ପାଇଛି।
ସାଇ ଜନନୀଠାରେ ପ୍ରେମ ପ୍ରଭାହିନୀ ରଥକୁ ନେଇ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳେ ମହାରୁଦ୍ରମ୍ ଅନୁଷ୍ଠିତ ହୋଇଥିଲା। ଏହାପରେ ଭକ୍ତବୃନ୍ଦଙ୍କ ପାଇଁ ଦିବ୍ୟ ରଥ ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ବାଳବିକାଶ ଏବଂ ସତ୍ୟସାଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଂସ୍କୃତି ଓ ଭକ୍ତିଭାବ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବୁଧବାର ଏହି ରଥ ଭୁବନେଶ୍ବର ସାଇ ଜିଲାର ଆଉ ଏକ ସମିତିରେ ଭକ୍ତଙ୍କୁ ଦର୍ଶନ ଦେବ। ଏହାପରେ ରଥଟି ପୁରୀ ଅଭିମୁଖେ ଯାତ୍ରା କରିବ। ଉତ୍ତରାଠାରେ ଭୁବନେଶ୍ୱର ସାଇ ଜିଲା ପକ୍ଷରୁ ଭୁବନେଶ୍ବର-ପୁରୀ ସାଇ ଜିଲାକୁ ହସ୍ତାନ୍ତର କରାଯିବ। ସୂଚନା ଅନୁସାରେ ପ୍ରଶାନ୍ତି ନିଳୟମରୁ ୨୩ ନଭେମ୍ବର ୨୦୨୫ରେ ଯାତ୍ରା ଆରମ୍ଭ କରିଥିବା ‘ପ୍ରେମ ପ୍ରଭାହିନୀ ରଥ’ ଦେଶର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଗୁରୁପୂର୍ଣ୍ଣିମା ଅବସରରେ ୨୫ ଜୁଲାଇ ୨୦୨୬ରେ ଝାଡ଼ଖଣ୍ଡ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲା। ଓଡ଼ିଶାର ସୀମାରେ ପହଞ୍ଚିବା ପରେ ରାଉରକେଲା-ସୁନ୍ଦରଗଡ଼ ସାଇ ଜିଲା ପକ୍ଷରୁ ରଥକୁ ଭକ୍ତି ଓ ଶ୍ରଦ୍ଧାର ସହ ସ୍ବାଗତ କରାଯାଇଥିଲା। ଏହାପରେ ରଥଟି ଓଡ଼ିଶାର ବିଭିନ୍ନ ସାଇ ଜିଲା ପରିକ୍ରମା କରି ଭକ୍ତମାନଙ୍କୁ ଦର୍ଶନ ଦେଇ ଆସୁଛି।













Leave a Reply