PRGI REGD NO : ORORI/25/A1991

Advertisement

ବଣାଇଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ୩୦ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ବଣାଇଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ୩୦ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ବଣାଇ,୧୧/୧୦/୨୬(ଡମ୍ବରୁପ୍ରଧନ) ବଣାଇଗଡ଼ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ୩୦ତମ ବାର୍ଷିକ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ ରବିବାର ଅକ୍ଟୋବର ୧୧ ତାରିଖ ଅପରାହ୍ଣ ୪ଟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସଭାପତି ନରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବକୁ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଦୀପ ମିଶ୍ର ସଂଯୋଜନା କରିଥିଲେ।
ଏହି ଉତ୍ସବରେ ବଣାଇ ରାଜାସାହେବ ବୀର କେଶରୀ ଇନ୍ଦ୍ରଦେବ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବଣାଇଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜେନାମଣି ସାହୁ, ବଣାଇର ପୂର୍ବତନ ବିଦ୍ୟାଳୟ ନିରୀକ୍ଷକ ତଥା ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ଶିକ୍ଷକ ଶୁଭେନ୍ଦ୍ରନାଥ ମଲ୍ଲିକ ଏବଂ ସମ୍ବଲପୁର ବାଟେମୁରାସ୍ଥିତ ଜି.ଏନ୍. ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ସହ ଶୃଙ୍ଖଳା, ସହଯୋଗ, ନେତୃତ୍ୱ ଓ ଦଳଗତ ମନୋଭାବ ବୃଦ୍ଧିରେ ସହାୟକ ହୋଇଥାଏ। ଏହା ସହିତ ଶିକ୍ଷା ଓ ଆଧ୍ୟାତ୍ମିକତାର ସମନ୍ୱୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ହିଁ ଅନୁଷ୍ଠାନର ମୂଳ ଲକ୍ଷ୍ୟ ବୋଲି ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ବଳଦେବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।

Happy Living Odisha

Leave a Reply

Your email address will not be published. Required fields are marked *