STATE NEWS ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ happylivingodisha@gmail.com Sep 15, 2025 0 ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା: 15/09/25(HAPPY LIVING ODISHA) ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଲପୁର ପଂଚାୟତର ଚାଂଚୋଳ ଲଚ୍ଛମନ୍ ଜିୟୁ ପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତୀଥି ଭାବରେ ହାପି ଲିଭିଙ୍ଗ ଫାଉଣ୍ଡେସନର ପ୍ରତିଷ୍ଠାତା ସଂପାଦକ ଡ. ମନୋଜ କୁମାର ଲେଙ୍କା ଯୋଗଦେବା ସହିତ ଅନୁଷ୍ଠାନର ସଂପାଦକ ପ୍ରଭାତ ନାୟକ ମଧ୍ୟ ଉପସ୍ଥିତ ରହିଥିଲେ । ବଙ୍ଗାଲପୁର ପଞ୍ଚାୟତର ସରପଞ୍ଚ ଅମୀୟ ଜେନା ଏବଂ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ସୁରେଶ ପ୍ରଧାନ ମଧ୍ୟ ଯୋଗ ଦାନକରିଥିଲେ । ଏହି ପରିପେକ୍ଷିରେ ଲୋକନାଥ ମହାବିଦ୍ୟାଳୟର ଅଧ୍ୟାପିକା ମମତା ପଣ୍ଡାଙ୍କ ସହିତ କଲେଜର ଛାତ୍ରଛାତ୍ରୀ ଏବଂ ଏଲ୍ ଏନ୍ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଚଳବାସୀ ଯୋଗଦେବା ସହିତ କେମିତି ତାଳଗଛ ଅଧିକରୁ ଅଧିକ ଲଗାଯାଇ ପାରିବ ଏବଂ ବିଜୁଳି ଘଡଘଡିରୁ ଯେଉଁ ମୃତ୍ୟୁ ହେଉଛି ସେଥିରୁ କେମିତି ମୁକ୍ତି ପାଇବେ ସେ ନେଇ ଏ ବିଷୟରେ ଆଜି ଆଲୋଚନା କରାଯିବା ସହିତ ୧୦୦୦ରୁ ଉର୍ଦ୍ଧ ତାଳମଞ୍ଜି ଲାଗାଯାଇଥିଲା । ଆଗାମୀ ଦିନରେ ଲକ୍ଷ୍ୟ ରଖାଯାଇଛି ଯେ ୫ ବର୍ଷ ଭିତରେ ଗରଦପୁର ବ୍ଲକରେ ଯେଉଁ ସବୁ ପଞ୍ଚାୟତ ଗୁଡିକ ରହିଛି ଅନୁଷ୍ଠାନ, ସେହି ପଞ୍ଚାୟତଗୁଡିକରେ ତାଳଗଛ ଲଗାଇ ଯେପରି ବିଜୁଳି ଘଡଘଡି ଜନିତ ମୃତ୍ୟୁରୁ ସମସ୍ତେ ରକ୍ଷା ପାଇପାରିବେ ସେଥିପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା କହିଥିଲେ । Happy Living Odisha
STATE NEWS “ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ” happylivingodisha@gmail.com Sep 26, 2025
STATE NEWS ୭୫ଜଣ ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ନିଷ୍ପତ୍ତି happylivingodisha@gmail.com Sep 25, 2025
STATE NEWS ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି happylivingodisha@gmail.com Sep 25, 2025
EDUCATION & HEALTH STATE NEWS ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠକ ଓ ପାଠିକାମାନଙ୍କ ନିମନ୍ତେ ବକ୍ତୃତା ପ୍ରତିଯୋଗିତାର ଆୟୋଜନ happylivingodisha@gmail.com Sep 25, 2025
STATE NEWS ଅକ୍ଟୋବର ୨ ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ନିଶା ନିବାରଣ ଅଭିଯାନ happylivingodisha@gmail.com Sep 23, 2025
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
EDUCATION & HEALTH ପ୍ରଭାତ ଫେରି ମାଧ୍ୟମରେ ଯୋଗ ପ୍ରତି ସଚେତନତାର ବାର୍ତ୍ତା happylivingodisha@gmail.com Sep 27, 2025
POLITICAL NEWS ଝାରସୁଗୁଡ଼ାରେ ଆୟୋଜିତ ହୋଇଥିବା ଯୁବ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ happylivingodisha@gmail.com Sep 27, 2025
SPORTS ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍ happylivingodisha@gmail.com Sep 26, 2025
STATE NEWS “ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ” happylivingodisha@gmail.com Sep 26, 2025
Leave a Reply