STATE NEWS ସମୃଦ୍ଧ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ୨୦୩୬ ସୁଦ୍ଧା ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା happylivingodisha@gmail.com Dec 9, 2025 0 ସମୃଦ୍ଧ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ୨୦୩୬ ସୁଦ୍ଧା ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା ଭୁବନେଶ୍ୱର, : ଆଗାମୀ ଦଶ ବର୍ଷ ଓଡିଶା ପାଇଁ ଡ୍ରିମ୍ ଡିକେଡ୍ । ଗତ ୮୦ ବର୍ଷ ଓଡ଼ିଶା ପାଇଁ ଥିଲା ଲସ୍ ଡିକେଡ୍। ବର୍ତ୍ତମାନ ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ। ରାଜ୍ୟରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି। ଏହା ଓଡ଼ିଶାର ଦିଶା ଆଉ ଦଶା ପରିବର୍ତ୍ତନ କରିବ। ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଳେଭରେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଏବେ ୧୨୦ ବିଲିୟନ ଅର୍ଥନୀତିରେ ଅଛି। ୨୦୩୬ ସୁଦ୍ଧା ୫୦୦ ବିଲିୟନ ଅର୍ଥନୀତିରେ ଓଡ଼ିଶାକୁ ପହଞ୍ଚାଇବାକୁ ହେବ । ଆମ ସରକାର ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେଥିରୁ ଗ୍ରାଉଣ୍ଡିଂ ହୋଇ ସରିଛି ୨ ଲକ୍ଷ କୋଟିର ପ୍ରକଳ୍ପ । ସେମିକଣ୍ଡକ୍ଟରରେ ସମସ୍ତ ରାଜ୍ୟ ୧ କଲା ବେଳେ ଆମେ ୫ରେ ଅଛୁ। ଓଡ଼ିଶା ସେମିକଣ୍ଡକ୍ଟରରେ ଏକ ନମ୍ବରରେ ରହିଛି । ଖୁବ୍ ଶୀଘ୍ର ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ । ଦକ୍ଷତା ବୃଦ୍ଧି ପାଇଁ ସିଙ୍ଗାପୁର ସହ ଚୁକ୍ତି ହୋଇଛି। ଆଗାମୀ ଦଶନ୍ଧି ପରିବର୍ତ୍ତନର ପରବର୍ତ୍ତୀ ଦଶନ୍ଧି । ୨୦୩୬ ସୁଦ୍ଧା ଅର୍ଥନୀତିରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା ରହିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସମୃଦ୍ଧ ଓଡ଼ିଶା ୨୦୩୬ କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ କହିଛନ୍ତି । ସେ କହିଲେ ସ୍ଥିର ସରକାର ଥାଇ ଓଡ଼ିଶାକୁ ଶିଳ୍ପରେ ଆଗକୁ ନନେବା ଓଡିଶାକୁ ଧୋକ୍କା ଦେବା ସହ ସମାନୟ। ଶିଳ୍ପରେ ଆଶାନୁରୂପ ଆଗକୁ ବଢ଼ି ପାରିନାହାନ୍ତି। ରାଜ୍ୟରେ ପୂର୍ବ ୨୪ ବର୍ଷ ସ୍ଥିର ସରକାର ଥିଲା । ଶିଳ୍ପରେ ବିପ୍ଳବ କରି ପାରିଥାନ୍ତେ କିନ୍ତୁ କରିପାରିଲେ ନାହିଁ । ଏହା ତାଙ୍କର ଦୂର ଦୃଷ୍ଟିରୁ ଅଭାବ ଏବଂ ରାଜନୈତିକ ଇଛାଶକ୍ତିର ଅଭାବ। ଶାସନ ପ୍ରଶାସନକୁ କେବଳ ଇଭେଣ୍ଟ ଭାବି କାର୍ଯ୍ୟକ୍ରମ କରିଥିଲେ । ଗତ ସରକାରରେ ‘ମେକ୍ ଇନ ଓଡ଼ିଶା’ର ୩ଟି ସଂସ୍କରଣ ହୋଇଥିଲା । ନାମିଦାମି କମ୍ପାନିମାନଙ୍କ ସହିତ ଅନେକ ବୁଝାମଣା ହୋଇଥିଲା । କିନ୍ତୁ ବାସ୍ତବରେ କେତେ ଗ୍ରାଉଣ୍ଡିଙ୍ଗ ହେଲା ତାହା ସମସ୍ତେ ଜଣାଇଛନ୍ତି। ସ୍ଥିର ସରକାରରେ ନିଜେ ନେତୃତ୍ୱ ନେଇ ନକରିବା ଓଡିଶା ପଛକୁ ନେବା ସହ ସମାନ। ଏହା ଓଡିଶାକୁ ଧୋକ୍କା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଆସିବାର ୧୭ ମାସ ଭିତରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛୁ । ୧୭ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି । ଆମ ସରକାର ଇଭେଣ୍ଟ ମ୍ୟାନେଜ ମେଣ୍ଟରେ ସୀମିତ ନାହିଁ । ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ ହୋଇଛି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେଥିରୁ ଗ୍ରାଉଣ୍ଡିଂ ହୋଇ ସରିଛି ୨ ଲକ୍ଷ କୋଟିର ପ୍ରକଳ୍ପ । ରିୟଲ ଟାଇମ ଭିତରେ ପ୍ରକଳ୍ପ କରିବାକୁ ଆମ ସରକାର ପ୍ରତିବଦ୍ଧ । ୩୦ଟି ଜିଲ୍ଲାରେ ୬୪ ସ୍ଥାନରେ ଶିଳ୍ପ ହେବ। ଏବେ ୧୪ ଜିଲ୍ଲାରେ ଗ୍ରାଉଣ୍ଡ ବ୍ରେକିଙ୍ଗ କାମ ସରିଲାଣି । Happy Living Odisha #chiefminister#statenews
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ happylivingodisha@gmail.com Apr 1, 2026
STATE NEWS ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ମୂଲ୍ୟବୋଧ ଆଧାରିତ ‘ ବିକଶିତ ଓଡ଼ିଶା’ ଗଠନ ପାଇଁ ସାମୁହିକ ପ୍ରୟାସ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Apr 1, 2026
STATE NEWS ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଶୃଙ୍ଖଳା ସଂପର୍କରେ ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି happylivingodisha@gmail.com Mar 30, 2026
STATE NEWS ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ happylivingodisha@gmail.com Mar 30, 2026
STATE NEWS ଜଟଣୀ ବାସୀଙ୍କ ପାଇଁ 18 କୋଟିର ପାନୀୟ ଜଳ ପ୍ରକଳ୍ପ ଉପହାର happylivingodisha@gmail.com Mar 20, 2026
STATE NEWS ମଜବୁତ ହେଉଛି ବିଜେପି, ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା happylivingodisha@gmail.com Mar 11, 2026
STATE NEWS ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ଙ୍କ ସହ ବିଧାନସଭାସଭା ପରିଭ୍ରମଣରେ ଆସିଥିବା ୟୁନିଭରସିଟି ଲ କଲେଜ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଅଛନ୍ତି l happylivingodisha@gmail.com Mar 10, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ happylivingodisha@gmail.com Apr 1, 2026
STATE NEWS ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ମୂଲ୍ୟବୋଧ ଆଧାରିତ ‘ ବିକଶିତ ଓଡ଼ିଶା’ ଗଠନ ପାଇଁ ସାମୁହିକ ପ୍ରୟାସ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Apr 1, 2026
Leave a Reply