STATE NEWS ବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ happylivingodisha@gmail.com Dec 9, 2025 0 ବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ ଭୁବନେଶ୍ୱର, ୦୭/୧୨/୨୦୨୫ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ ଓ ସମ୍ପାଦକ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୧୯୩୦ର ଲବଣ ସତ୍ୟାଗ୍ରହ କାନ୍ତକବିଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା । ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନରେ ଯୋଗଦାନ ପାଇଁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷିତ କରିବା ପାଇଁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କଲମର ସାହାଯ୍ୟ ନେଇଥିଲେ । ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ସେ ଲାଗି ପଡ଼ିଲେ । କାନ୍ତକବିଙ୍କ ରଚିତ ଦେଶାତ୍ମବୋଧକ କବିତାମାନ ଲୋକମାନଙ୍କୁ ଏକଜୁଟ କରିବାରେ ସାହାଯ୍ୟ କଲା । ସାଧାରଣ ଜନତାଙ୍କୁ ଇଂରେଜମାନଙ୍କ ବିରୋଧରେ ଲଢ଼ିବାକୁ ଏବଂ ସ୍ୱାଧୀନତା ପ୍ରାପ୍ତ କରିବାକୁ ସେ କବିତାକୁ ନିଜର ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ । ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । କବିତା ସାଙ୍ଗକୁ ସେ ଅନେକ ଉପନ୍ୟାସ, ବ୍ୟଙ୍ଗ ସାହିତ୍ୟ, ଗଳ୍ପ ରଚନା କରିଯାଇଛନ୍ତି । ସେ ମାସିକ ସାହିତ୍ୟ ପତି୍ରକା ‘ଡଗର’ର ମଧ୍ୟ ପ୍ରତିଷ୍ଠାତା ସମ୍ପାଦକ ଥିଲେ । ଓଡ଼ିଆ ଭାଷା, ସାହିତ୍ୟର ଉତ୍କର୍ଷ ସହ ଓଡ଼ିଆଙ୍କ ହୃଦୟରେ ଜାତିପ୍ରୀତି ଜାଗ୍ରତ କରିବାରେ କାନ୍ତକବି ଯେଉଁ ଅବଦାନ ରଖିଯାଇଛନ୍ତି ସେଥି ପାଇଁ ସେ ପ୍ରତି ଓଡ଼ିଆଙ୍କ ହୃଦୟରେ ଚିରଅମର ରହିବେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ଫକୀର ନାୟକ ଓ ଶ୍ରୀ ରଘୁନାଥ ମାଛ ଏବଂ ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ବିଧାନସଭା ପାଶ୍ୱର୍ବର୍ତ୍ତୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । Happy Living Odisha #kantakabi
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
STATE NEWS ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ happylivingodisha@gmail.com Jun 21, 2026
STATE NEWS ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ happylivingodisha@gmail.com Jun 21, 2026
STATE NEWS ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Jun 11, 2026
STATE NEWS ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ happylivingodisha@gmail.com Jun 11, 2026
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
Leave a Reply