STATE NEWS ଓଡିଶାରେ ବଢିଚାଲିଛି ନକଲି ଚର୍ମରୋଗ ବିଶେଷଜ୍ଞଙ୍କ ଉତ୍ପାତ happylivingodisha@gmail.com Mar 10, 2026 0 ଓଡିଶାରେ ବଢିଚାଲିଛି ନକଲି ଚର୍ମରୋଗ ବିଶେଷଜ୍ଞଙ୍କ ଉତ୍ପାତ ସରକାର ଏବଂ ଜନସାଧାରଣ ସଚେତନ ହେଲେ ନକଲି ଡାକ୍ତରଙ୍କୁ ରୋକାଯାଇପାରିବ: ଡ.କୁମାର ଅଭିଶେକ ଭୁବନେଶ୍ୱର: ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଡର୍ମାଟୋଲୋଜିଷ୍ଟସ୍,ଭେନେରିଓଲୋଜିଷ୍ଟିସ୍ ଆଣ୍ଡ୍ ଲେପ୍ରୋଲୋଜିଷ୍ଟିସ୍ (ଆଇଏଡିଭିଏଲ୍)ଓଡିଶା ଶାଖା ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଅଯୋଗ୍ୟ ବ୍ୟକ୍ତିମାନେ ଡର୍ମାଟୋଲୋଜି ଓ କସ୍ମେଟିକ୍ ପ୍ରକ୍ରିୟା କରୁଥିବା ଖବର ପ୍ରତି ଗଭିର ଚିନ୍ତା ପ୍ରକାଶ କରିଛନ୍ତି। ସଂଘର ସେକ୍ରେଟାରୀ ଡ କୁମାର ଅଭିଶେକ କହିଛନ୍ତି ଯେ, ଓଡିଶାରେ ଶହ ଶହ ସଂଖ୍ୟାରେ ନକଲି ଡାକ୍ତର ଲୋକଙ୍କର ଚିକିତ୍ସା କରୁଛନ୍ତି। ସେମାନେ ଲେଜର ଚିକିତ୍ସା, କେମିକାଲ ପିଲ୍, କେଶ ପ୍ରତିରୋପଣ ଏବଂ ଇଞ୍ଜେକ୍ଟେବୁଲ୍ ଟ୍ରିଟ୍ମେଣ୍ଟ ପରି ଚିକିତ୍ସା ମଧ୍ୟ କରିବାକୁ ପଛାଉନାହାଁନ୍ତି। ଡାକ୍ତରଙ୍କ ସଂଖ୍ୟା କମ୍ ଥିବାରୁ ଏହାର ଫାଇଦା ବିଭିନ୍ନ ରାଜ୍ୟରୁ ଆସୁଥିବା ନକଲି ଡାକ୍ତରମାନେ ଉଠାଉଛନ୍ତି କିନ୍ତୁ ଏମାନଙ୍କୁ ଧରିବା ପାଇଁ କିମ୍ବା ଯାଞ୍ଚ୍ କରିବା ପାଇଁ ସରକାରଙ୍କ ତରଫରୁ ଦୃଢ ପଦକ୍ଷେପ ନିଆଯାଉନାହିଁ। ଫଳରେ ଭୁଲ୍ ଚିକିତ୍ସା ଯୋଗୁଁ ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇ ଶେଷ ମୁହୂର୍ତ୍ତରେ ଡାକ୍ତରଖାନା ଯାଉଛନ୍ତି। ଏହି ଡାକ୍ତରମାନେ ବିଭିନ୍ନ ପ୍ରକାର ବିଜ୍ଞାପନ ଦେଇ ଗ୍ରାମୀଣ ଲୋକଙ୍କୁ ଆକର୍ଷିତ କରୁଛନ୍ତି। ଅଥଚ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି କାହିଁକି ପଦକ୍ଷେପ ନେଉନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିଭିନ୍ନ ରାଜ୍ୟର ଅଦାଲତମାନଙ୍କରେ ମଧ୍ୟ ମକଦ୍ଦମା ଚାଲିଛି। ତଥାପି କାହିଁକି ଏମାନଙ୍କ ସଂଖ୍ୟା ବଢି ବଢି ଚାଲିଛି ସେ ଦିଗରେ ଜନସାଧାରଣ ଏବଂ ସରକାର ସଚେତନ ହେଲେ ଏପରି ନକଲି ଡାକ୍ତରମାନଙ୍କ ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି ଡାକ୍ତର ଅଭିଶେକ କହିଛନ୍ତି। Happy Living Odisha #hlo
STATE NEWS ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି, ଅଗ୍ନି ନିରାପତ୍ତା ଓ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ happylivingodisha@gmail.com Jul 22, 2026
STATE NEWS ମା’ ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Jul 22, 2026
STATE NEWS ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ happylivingodisha@gmail.com Jul 22, 2026
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି, ଅଗ୍ନି ନିରାପତ୍ତା ଓ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ happylivingodisha@gmail.com Jul 22, 2026
STATE NEWS ମା’ ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Jul 22, 2026
STATE NEWS ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ happylivingodisha@gmail.com Jul 22, 2026
Leave a Reply